ଭୁବନେଶ୍ବର: ଦେଶ ପାଳୁଛି ୭୭ ତମ ସାଧାରଣତନ୍ତ୍ର ଦିବସ । ତ୍ରିରଙ୍ଗା ରଙ୍ଗରେ ରଂଗୀନ ସାରା ଦେଶ । ଆଜି ଦୁନିଆ ଦେଖିବ ଭାରତର ଶକ୍ତି । କର୍ତ୍ତବ୍ୟ ପଥରେ ହେବ ଦମଦାର ଶକ୍ତିପ୍ରଦର୍ଶନ। ଝଲସୁଛି ଦିଲ୍ଲୀ କର୍ତ୍ତବ୍ୟ ପଥ । ବହୁ ଆଡ଼ମ୍ବରରେ ପାଳିତ ହେବ ସାଧାରଣତନ୍ତ୍ର ଦିବସ । ସାମରିକ ଶକ୍ତି ପ୍ରଦର୍ଶନ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବାୟୁସେନାର ଅଭୂତପୂର୍ବ ‘ଫ୍ଲାଇପାଷ୍ଟ୍’ ଦେଶର ଗର୍ବ, ପ୍ରଗତି ଓ ଏକତାର ପ୍ରତୀକ ସାଜିବ ।