Skip to main content

Posts

Showing posts from March, 2026

ବିହାର- ନଳନ୍ଦା ଶୀତଲା ମାତା ମନ୍ଦିରରେ ଦଳା ଚକଟା ୮ ମୃତ ଏବଂ ୬ ଆହତ l

ଏଥର ଜନ ଗଣନାରେ ହେବ ବଡ଼ ପରିବର୍ତ୍ତନ l

ଜଣଗଣନା ୨୦୨୭ :- ଲିଭ୍- ଇନ୍ ରେ ରହୁଥିବା ଯୋଡ଼ି ବିବେଚିତ ହେବେ ବିବାହିତ l 

ଦଶପଲ୍ଲାରେ ଟୁରିଷ୍ଟ ବସ ଦୁର୍ଘଟଣା ; ୫ ମୃତ, ୪୦ରୁ ଅଧିକ ଆହତ

ନୟାଗଡ଼ : ନୟାଗଡ଼ ଦଶପଲ୍ଲାରେ ଶନିବାର ସକାଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଟାକେରା ନିକଟ ହନୁମାନଘାଟି ବୁଲାଣି ରାସ୍ତାରେ ଏକ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ୫ ଜଣଙ୍କ ଜୀବନ ଚାଲି ଯାଇଥିବା ବେଳେ ପ୍ରାୟ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ମିଳିଥିବା ସୂଚନାନୁଯାୟୀ, ଭାରସାମ୍ୟ ହରାଇ ପଥର ସହ ପିଟି ହୋଇ ଟୁରିଷ୍ଟ ବସଟି ଓଲଟି ପଡ଼ିବା ଫଳରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଗାଡି ଚାଳକଙ୍କ ସହ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ରହିଛନ୍ତି। ବସଟିରେ ଯାତ୍ରୀ ବଲାଙ୍ଗୀର ହରିଶଙ୍କର ବୁଲି ଯିବା ବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଖବର ପାଇ ନୟାଗଡ଼ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଓ ତଦନ୍ତ ଆରମ୍ଭ କରିଛନ୍ତି। ବସରେ ପ୍ରାୟ ୫୦ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିଲେ। ମୃତାହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ପୋଖରୀରେ ବୁଡ଼ି ବୃଦ୍ଧ ମୃତ

କେଶଦୁରପାଳ : ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଘସିପୁରା ଥାନା ଅନ୍ତର୍ଗତ ଜଳନଣ୍ଡା ଗ୍ରାମର ଜଗବନ୍ଧୁ ନାଇକ (୬୨) ଆଜି ସକାଳେ ପୋଖରୀକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଅସାବଧାନତା ବଶତଃ ଗୋଡ଼ ଖସି ବୁଡିଯାଇଥିଲେ। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ପ୍ରଥମେ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘସିପୁରା ପୁଲିସ ମେଡିକାଲରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛିI

ଆମେରିକା- ଇସ୍ରାଏଲ ଆକ୍ରମଣରେ ଇରାନ୍ରେ 1,255 ମୃତ l

  ଇରାନ କହିବା ଅନୁଯାଇ  ଆମେରିକା-ଇସ୍ରାଏଲ ଆକ୍ରମଣରେ 1,255 ଜଣ ଲୋକ ପ୍ରାଣ ହରାଇଛନ୍ତି, ଅଧିକାଂଶ ସାଧାରଣ ନାଗରିକ l