Skip to main content

Posts

Showing posts from January, 2026

ଆଜି ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ, ଦିଲ୍ଲୀଠୁ ପଲ୍ଲୀ ସବୁଠି ଚଳଚଞ୍ଚଳ

ଭୁବନେଶ୍ବର:  ଦେଶ ପାଳୁଛି ୭୭ ତମ ସାଧାରଣତନ୍ତ୍ର ଦିବସ ।  ତ୍ରିରଙ୍ଗା ରଙ୍ଗରେ ରଂଗୀନ ସାରା ଦେଶ ।  ଆଜି ଦୁନିଆ ଦେଖିବ ଭାରତର ଶକ୍ତି ।  କର୍ତ୍ତବ୍ୟ ପଥରେ ହେବ ଦମଦାର ଶକ୍ତିପ୍ରଦର୍ଶନ। ଝଲସୁଛି ଦିଲ୍ଲୀ କର୍ତ୍ତବ୍ୟ ପଥ ।  ବହୁ ଆଡ଼ମ୍ବରରେ ପାଳିତ ହେବ ସାଧାରଣତନ୍ତ୍ର ଦିବସ ।  ସାମରିକ ଶକ୍ତି ପ୍ରଦର୍ଶନ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବାୟୁସେନାର ଅଭୂତପୂର୍ବ ‘ଫ୍ଲାଇପାଷ୍ଟ୍’ ଦେଶର ଗର୍ବ, ପ୍ରଗତି ଓ ଏକତାର ପ୍ରତୀକ ସାଜିବ ।

ମକର ମେଳା ଉପଲକ୍ଷେ ଅସୁର ଖୋଲ ରେ ପର୍ଯ୍ୟଟକଙ୍କ ସମାଗମ

ଅସୁର ଖୋଲ୍ ରେ ମକର ମେଳା l (ଝୁମ୍ପୁରା, କେନ୍ଦୁଝର)

ମା’ର ଶବ ନେଇ ଏକାକୀ ପୋଷ୍ଟମର୍ଟମ ପାଇଁ ପହଞ୍ଚିଲା ୮ ବର୍ଷର ପୁଅ l

ଉତ୍ତରପ୍ରଦେଶର ଏଟା ଜିଲ୍ଲାରୁ ଏକ ଅତ୍ୟନ୍ତ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି, ଯାହା ସମାଜର ନିଷ୍ଠୁର ଚେହେରାକୁ ପଦାରେ ପକାଇ ଦେଇଛି। ଜୈଥରା ଥାନା ଅନ୍ତର୍ଗତ ନଗଲା ଧୀରଜ ଗାଁର ମାତ୍ର ୮ ବର୍ଷର ଜଣେ ନିଷ୍ପାପ ଶିଶୁ ନିଜ ମା’ ନୀଲମ (୪୫)ଙ୍କ ମୃତଦେହ ଧରି ପୋଷ୍ଟମର୍ଟମ କରାଇବା ପାଇଁ ଏକାକୀ ଜିଲ୍ଲା ମୁଖ୍ୟାଳୟରେ ପହଞ୍ଚିଥିଲା। ବୀରାଙ୍ଗନା ଅବନ୍ତୀବାଇ ମେଡିକାଲ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ନୀଲମଙ୍କ ମୃତ୍ୟୁ ଘଟିଥିଲା।

ସାମାନ୍ୟ କଥା କଟାକଟିକୁ ନେଇ ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ସ୍ୱାମୀ !

ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା କଲା ନୃଶଂସ ସ୍ୱାମୀ । ସୁନ୍ଦରଗଡ଼ ହେମଗିରି ଥାନା ଖୁଣ୍ଟିପାନି ଗାଁରେ ଅଭାବନୀୟ ଘଟଣା । ସାମାନ୍ୟ କଥା କଟାକଟିକୁ ନେଇ ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ସ୍ୱାମୀ । ଘଟଣାସ୍ଥଳରେ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।